ब्रेकिंग
दोनों कमाते हैं, तो रिश्ते में भी हो बराबरी: कामकाजी पति-पत्नी ऐसे बनाए रखें प्यार और तालमेल टेक्सटाइल रिसर्च को मिलेगी नई रफ्तार, सरकार का जोर ‘लैब से बाजार’ तक पहुंचाने पर रामकृष्ण हेगड़े की जन्मशती पर उपराष्ट्रपति का नमन, बोले—‘महान संस्थान निर्माता पीढ़ियों को बदलते हैं... फसल पर मौसम की मार से किसानों को सुरक्षा कवच, PMFBY ने 10 साल में बनाया बड़ा भरोसा कैबिनेट ने 'आत्मनिर्भर भारत' के लिए राष्ट्रीय यूरिया निवेश नीति-2026 (NIPU-2026) को दी मंजूरी कोच्चि में 20 से 23 जुलाई तक 'ऑपरेशन सदर्न रेडीनेस 26-2' की मेजबानी करेगा भारतीय नौसेना पीडीयूएनएएसएस में क्षेत्रीय श्रम आयुक्तों (केंद्रीय) के लिए 'रिकवरी मैनेजमेंट' पर तीन दिवसीय प्रशिक्... चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार...
नुआपड़ा

“କଂଗ୍ରେସ ଆଦିବାସୀ ବିରୋଧୀ, ବିଜେପି ଦେଇଛି ସମ୍ମାନ ଓ ସଶକ୍ତିକରଣ” — ଶ୍ରୀ ଓରାମ ବିଜେପି ଶାସନରେ ଆଦିବାସୀ ମନ୍ତ୍ରାଳୟ ଗଠନ ଓ ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କୁ ରାଷ୍ଟ୍ରପତି ପଦବୀ — ଗର୍ବର ପ୍ରତୀକ

“ମୁଁ ମନ୍ତ୍ରୀ ହେଉଥିଲେ ମଧ୍ୟ ଆପଣଙ୍କ ପରି ଜଣେ ଆଦିବାସୀ” — ଶ୍ରୀ ଓରାମଙ୍କ ଆବେଗିକ ସନ୍ଦେଶ ଜାମପାଲ୍ଲୀ ସମାବେଶରେ ନୂଆପଡ଼ା ବିକାଶ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଜିତାଇବା ଆହ୍ୱାନ

PNS Bureau :-ଆମେ ଆଦିବାସୀ ପ୍ରାର୍ଥୀ କରିଛୁ ବୋଲି ଆଜି ତଥାକଥିତ ଆଦିବାସୀ ବିରୋଧୀ କଂଗ୍ରେସ କହୁଛି । କିନ୍ତୁ ସେହି କଂଗ୍ରେସ ଦଳ 50 ବର୍ଷ ଧରି ଶାସନରେ ଥିବା ସତ୍ୱେ ଆଦିବାସୀଙ୍କ କଲ୍ୟାଣ ପାଇଁ ମନ୍ତ୍ରାଳୟ ଖୋଲି ପାରିଲେ ନାହିଁ। ବିଜେପି ସରକାର ଆସିବା ପରେ ପ୍ରଥମ ଥର ଆଦିବାସୀ ମନ୍ତ୍ରାଳୟ ଗଠନ ହୋଇଥିଲା । ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଓଡ଼ିଆ ଆଦିବାସୀ ଝିଅ ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କୁ ଦେଶର ସର୍ବୋଚ୍ଚ ସ୍ଥାନରେ ରାଷ୍ଟ୍ରପତି କରିଲେ । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ ହେଲା, ସମୁଦାୟ ୩୩ ରୁ ୧୮ ଜଣ ଆଦିବାସୀ ସଂପ୍ରଦାୟର ବିଧାୟକ ହେଲେ । ମୁଖ୍ୟମନ୍ତ୍ରୀ ଭାବେ ଜଣେ ଆଦିବାସୀ ବର୍ଗର ଶ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ହେଲେ । କଂଗ୍ରେସ ଅମଳରେ ଶ୍ରୀ ଗିରିଧାରୀ ଗମାଙ୍ଗ ଯଦିଓ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ତାଙ୍କୁ ସରକାର ଚଲେଇ ଦେଲେ ନାହିଁ। ଏହା ହିଁ କଂଗ୍ରେସର ଆଦିବାସୀ ବିରୋଧୀ ମାନସିକତାର ସର୍ବଶ୍ରେଷ୍ଠ ପରିଚୟ ଥିଲା ବୋଲି ଶ୍ରୀ ଓରାମ କହିଛନ୍ତି ।

ମୁଁ କେନ୍ଦ୍ରମନ୍ତ୍ରୀ ହୋଇପାରେ, କିନ୍ତୁ ମୁଁ ବି ଆପଣଙ୍କ ପରି ଜଣେ ଆଦିବାସୀ ଲୋକ । ଆଦିବାସୀଙ୍କୁ ଅଧିକ ସମ୍ମାନ, ସଶକ୍ତ, ସ୍ଵୀକୃତି ଓ କ୍ଷମତା ଦେଇଛି ବିଜେପି । ନବୀନ ବାବୁଙ୍କୁ ରାଜ୍ୟବାସୀ ବହୁତ ଦିନ ଧରି କ୍ଷମତା ଦେଲେ। ଆଉ ନୁହେଁ। ସେ ଯେତେଥର ଆସିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଶ୍ରୀ ଓରାମ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କୋମନା ବ୍ଲକ ର ଜାମପାଲ୍ଲୀରେ ବିଜେପିର ଆଦିବାସୀ ବଂଞ୍ଜାରା ସମାଜ ସମ୍ମିଳନୀରେ ଯୋଗ ଦେଇ ନୂଆପଡ଼ାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଜିତାଇବା ପାଇଁ ଶ୍ରୀ ଓରାମ ନୂଆପଡ଼ାବାସୀଙ୍କୁ ଅନୁରୋଧ କରିଛନ୍ତି ।ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାୟକ, ନିତ୍ୟାନନ୍ଦ ଗଣ୍ଡ, ସାଂସଦ ପ୍ରଦୀପ ପୁରୋହିତ ଏବଂ ବରିଷ୍ଠ ନେତା ଖମା ସିଂ ମଝି ଯୋଗ ଦେଇଥିଲେ।(PNS)

Related Articles

Leave a Reply

Your email address will not be published. Required fields are marked *

Back to top button