ଦିଲ୍ଲୀରେ ହୋ ଭାଷା ଆନ୍ଦୋଳନ ଉପରେ ଆଲୋଚନା ଚକ୍ର — ଭାଷାଭିତ୍ତିକ ନ୍ୟାୟ ପାଇଁ ଜୋର ଦେଲେ ବୁଦ୍ଧିଜୀବୀ

PNS Bureau :- ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ତରଫରୁ ଚାଲିଥିବା ଭାଷା ଆନ୍ଦୋଳନର ଦ୍ୱିତୀୟ ଦିନ ଦିଲ୍ଲୀର YMCA ଭବନରେ “ଭାଷାଭିତ୍ତିକ ନ୍ୟାୟ ଓ ହୋ ଭାଷା ଆନ୍ଦୋଳନ” ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।

କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଶ୍ରୀ ରାମରାଇ ମୁନ୍ଦୁୟାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଦିଲ୍ଲୀ ମେଟ୍ରୋର ସହ ମହାପ୍ରବନ୍ଧକ (ରାଜଭାଷା) ଡ଼. ରାଜାରାମ ଯାଦବ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼. ଜିତେନ୍ଦ୍ର ମିଣା, ପ୍ରଫେସର ଡ଼. ବଳଭଦ୍ର ବିରୁଆ, ହୋ ଭାଷାର ବିଶିଷ୍ଟ କବି ଓ ଲେଖକ ଜବାହରଲାଲ ବାଙ୍କିରା ସହ ଅନେକ ବୁଦ୍ଧିଜୀବୀ ଅଂଶଗ୍ରହଣ କରି ନିଜ ମୂଲ୍ୟବାନ ମତବ୍ୟକ୍ତ କରିଥିଲେ।

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶ୍ରୀ ଚନ୍ଦ୍ରମୋହନ ହାଇବୃ, ଶ୍ରୀ ଲକ୍ଷ୍ମୀଧର ତିୟୁ, ଶ୍ରୀ ଡମ୍ବରୁଧର ଜାମୁଦା, ଶ୍ରୀ ସୁବାସ ଚନ୍ଦ୍ର ହେମ୍ବ୍ରମ, ଶ୍ରୀ ଯଦୁନାଥ ତିୟୁ, ସମାଜସେବୀ ଶିଶିର କୁମାର ସିଙ୍କୁ, ଶିକ୍ଷକ ଶ୍ରୀ ସତ୍ୟଜିତ ଲାଗୁରି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବ୍ୟକ୍ତିଗତ ପ୍ରତିନିଧି ଶ୍ରୀ ବାଜୁ ସିର୍କା, ସହିତ ଗମେୟ ଅମଙ୍ଗ, ନାରଣ ପୂର୍ତ୍ତି, ବସନ୍ତ ବୁଳିଉଳି ଓ ସୁରା ବିରୁଲି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ସମ୍ମିଳନୀରେ ଅନୁଭବୀ ମତ ଉପସ୍ଥାପନ ସହ ହୋ ଭାଷାକୁ ଭାରତର ସଂବିଧାନର ଅଷ୍ଟମ ଅନୁସୂଚୀରେ ସମ୍ମିଳିତ କରିବା ପାଇଁ ଦାବି ଜୋରଦାର ଭାବେ ଉଠିଥିଲା।
ସଭାର ଶେଷରେ କେନ୍ଦ୍ରୀୟ ଉପାଧ୍ୟକ୍ଷା ସୁଶ୍ରୀ ଶାନ୍ତି ଶିଦୁ ସମସ୍ତ ଅତିଥି ଓ ଅଂଶଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଥିଲେ।(PNS)




