ନୁଆପଡ଼ା ଉପନିର୍ବାଚନରେ ବିଜେପିର ପ୍ରଚାର ଜୋରଦାର — ଆଦିବାସୀ ସମାଜ ସମ୍ମିଳନୀରେ ମନ୍ତ୍ରୀମାନଙ୍କ ଅଂଶଗ୍ରହଣ
ସରାବୋଙ୍ଗ ପଞ୍ଚାୟତର ଭଇଁସମୁଣ୍ଡି ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପାଇଁ ଭୋଟ ଭିକ୍ଷା

ନୁଆପଡ଼ା: ନୁଆପଡ଼ା ବିଧାନସଭା ଉପନିର୍ବାଚନ ନିମନ୍ତେ ପ୍ରଚାର ଏବେ ଜୋର୍ ଧରିଛି। ଆଜି ବିଜେପି ପକ୍ଷରୁ ସରାବୋଙ୍ଗ ପଞ୍ଚାୟତ ଅଧିନସ୍ଥ ଭଇଁସମୁଣ୍ଡି ଗ୍ରାମରେ ଏକ ଆଦିବାସୀ ସମାଜ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇଥିଲେ।

ମନ୍ତ୍ରୀମାନେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆଦିବାସୀ କଲ୍ୟାଣ ପାଇଁ ଗ୍ରହୀତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ସେମାନେ ନୁଆପଡ଼ାକୁ ଏକ ବିକଶିତ ଓ ଦାଦନମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିବାର ଆହ୍ୱାନ ଜଣାଇଥିଲେ।
ଏହି ଆଦିବାସୀ ସମ୍ମିଳନୀରେ ରାଜ୍ୟସଭା ସାଂସଦ ମମତା ମହନ୍ତ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ସାଂସଦ ଡା. ପ୍ରଭାସ ସିଂ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ପୂର୍ବତନ ବିଧାୟିକା କୁସୁମ୍ ଟେଟେ, ଖମସିଂ ମାଝୀ, ହୋମସିଂ ମାଝୀ, ଲାଲସିଂ ମାଝୀ ଓ ଭଗତ ରାମ ମାଝୀ ସହିତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ।(PNS)




