ब्रेकिंग
दोनों कमाते हैं, तो रिश्ते में भी हो बराबरी: कामकाजी पति-पत्नी ऐसे बनाए रखें प्यार और तालमेल टेक्सटाइल रिसर्च को मिलेगी नई रफ्तार, सरकार का जोर ‘लैब से बाजार’ तक पहुंचाने पर रामकृष्ण हेगड़े की जन्मशती पर उपराष्ट्रपति का नमन, बोले—‘महान संस्थान निर्माता पीढ़ियों को बदलते हैं... फसल पर मौसम की मार से किसानों को सुरक्षा कवच, PMFBY ने 10 साल में बनाया बड़ा भरोसा कैबिनेट ने 'आत्मनिर्भर भारत' के लिए राष्ट्रीय यूरिया निवेश नीति-2026 (NIPU-2026) को दी मंजूरी कोच्चि में 20 से 23 जुलाई तक 'ऑपरेशन सदर्न रेडीनेस 26-2' की मेजबानी करेगा भारतीय नौसेना पीडीयूएनएएसएस में क्षेत्रीय श्रम आयुक्तों (केंद्रीय) के लिए 'रिकवरी मैनेजमेंट' पर तीन दिवसीय प्रशिक्... चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार...
मुख्य खबर

“ଉଚ୍ଚଶିକ୍ଷାରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ନେତୃତ୍ୱ ଆବଶ୍ୟକ” — ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ପାଇଁ ଦକ୍ଷତା ଓ ନେତୃତ୍ୱ ବିକାଶ କର୍ମଶାଳା — ଉଚ୍ଚଶିକ୍ଷା ବିଭାଗ ଓ ଜାଭିୟର ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟର ମିଳିତ ପ୍ରୟାସ

PNS Bureau :- ଉଚ୍ଚଶିକ୍ଷା ବିଭାଗ, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (XIM) ଭୁବନେଶ୍ୱରଙ୍କ ମିଳିତ ପ୍ରୟାସରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକମାନଙ୍କ ପାଇଁ ଦକ୍ଷତା ଓ ନେତୃତ୍ୱ ବିକାଶ କର୍ମଶାଳା ଆୟୋଜିତ ହୋଇଛି। ଅକ୍ଟୋବର ୨୭ ଠାରୁ ନଭେମ୍ବର ୧ ପର୍ଯ୍ୟନ୍ତ ଚାଲିଥିବା ଏହି କର୍ମଶାଳାରେ ରାଜ୍ୟର ୩୬ଟି ସରକାରୀ ମହାବିଦ୍ୟାଳୟର ପ୍ରତିନିଧିମାନେ ଯୋଗଦେଇଥିଲେ।

କର୍ମଶାଳାରେ ଜାତୀୟ ଶିକ୍ଷା ନୀତି ୨୦୨୦, ପ୍ରଶାସନିକ ଓ ବିତ୍ତୀୟ ପରିଚାଳନା, ଦକ୍ଷତା ଆଧାରିତ ମୂଲ୍ୟାଙ୍କନ, ଡିଜିଟାଲ ଶିକ୍ଷା ଓ ଉଚ୍ଚକୋଟୀର ଗବେଷଣା ଭଳି ବିଭିନ୍ନ ବିଷୟ ଉପରେ ପ୍ରଶିକ୍ଷଣ ଦିଆଯାଇଛି।

ଆଜି ଉଦ୍ୟାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, “ବିଶ୍ୱ ସ୍ତରୀୟ ଶିକ୍ଷା ପରିବେଶ ଓ ଗୁଣାତ୍ମକ ଶିକ୍ଷା ଦେଇ ଆମ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣିମ ଭବିଷ୍ୟତ ଦେବା ହେଉଛି ଆମ ଲକ୍ଷ୍ୟ। ଶୈକ୍ଷିକ ସମାଜ ଆଗକୁ ଆସି ଏହି ପରିବର୍ତ୍ତନର ନେତୃତ୍ୱ ନେବା ଆବଶ୍ୟକ।”

ସେ ଅଧିକ କହିଥିଲେ ଯେ ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ର ପ୍ରଣୟନ, ପିଏମ–ଉଷା ଯୋଜନାର ଲାଗୁକରଣ, ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ ସ୍ଥାପନ, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି।

ସମାରୋହରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଧରଣୀଧର ନନ୍ଦ, ଶ୍ରୀମତୀ ପ୍ରତିଭା ସାହୁ, ଜାଭିୟର ଇନଷ୍ଟିଚ୍ୟୁଟର ରେଜିଷ୍ଟାର ଏସ. ଆନ୍ଥୋନି ଓ ଆସୋସିଏଟ ଡିନ୍ ଡ଼. ଏସ. ଏସ. ଗଣେଶ ମଧ୍ୟ ଉପସ୍ଥିତ ଥିଲେ।(PNS)

 

Related Articles

Leave a Reply

Your email address will not be published. Required fields are marked *

Back to top button