ब्रेकिंग
चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार... ओडिशा और जापान के तोत्तोरी प्रांत के बीच मैत्री समझौते पर चर्चा, आर्थिक एवं सांस्कृतिक सहयोग को मिले... नीट (यूजी) 2026 पुनर्परीक्षा की तैयारियों की मुख्य सचिव ने की समीक्षा, जिलाधिकारियों को दिए आवश्यक न... इजरायली स्टार्टअप ‘शिफ्टर्स’ ने जुटाए 1.02 करोड़ डॉलर, एआई-संचालित स्वायत्त रोबोटिक टीमों के विकास क... ईएसआईसी ने शैक्षणिक सत्र 2026-27 के लिए एमबीबीएस, बीडीएस और बी.एससी. नर्सिंग पाठ्यक्रमों में प्रवेश ... अफ्रीका में इबोला से निपटने के लिए सामूहिक प्रयासों की आवश्यकता: दक्षिण अफ्रीका के राष्ट्रपति रामाफो... जापानी फ्रूट सैंडो बना रहा है गर्मियों को खास, स्वाद के साथ कला का अनोखा संगम कैंसर केवल शारीरिक नहीं, मानसिक और भावनात्मक चुनौती भी: मरीजों और देखभालकर्ताओं के लिए व्यापक सहयोग ...
ओड़िशा

“ଭାରତ ଆଜି ଇନ୍ଦିରା ପରି ସାହସୀ ନେତୃତ୍ୱକୁ ଝୁରୁଛି” — ଭକ୍ତଚରଣ ଦାସଙ୍କ କଠୋର ଆକ୍ରୋଶ, କେନ୍ଦ୍ର ସରକାରଙ୍କୁ ଟାରିଫ୍ ଧମକ ଉପରେ ଆକ୍ରମଣ

“ନେହେରୁ-ପଟେଲ ସମ୍ପର୍କ ନେଇ ଆରଏସ୍‌ଏସ ଭ୍ରମ ସୃଷ୍ଟି କରୁଛି” — ଏଆଇସିସି ପ୍ରଭାରୀ ଅଜୟ ଲଲ୍ଲୁଙ୍କ ଆକ୍ରୋଶ ଭାଷଣ, କଂଗ୍ରେସର ଇତିହାସ ଅଧ୍ୟୟନକୁ ଆହ୍ୱାନ

ନୂଆପଡ଼ା / ଭୁବନେଶ୍ୱର : ଭାରତ ଆଜି ଇନ୍ଦିରା ଗାନ୍ଧିଙ୍କ ପରି ସାହସୀ ନେତୃତ୍ୱକୁ ଝୁରୁଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଏକ ଆକ୍ରୋଶୀ ଭାଷଣରେ କହିଛନ୍ତି । ୧୯୭୧ ମସିହାରେ ବଙ୍ଗଳାଦେଶ ମୁକ୍ତି ଯୁଦ୍ଧ ସମୟରେ ଆମେରିକାର ସପ୍ତମ ଫ୍ଲିଟ୍ ପ୍ରେରଣ ଧମକ ଆଗରେ ଇନ୍ଦିରା ଗାନ୍ଧି ଯେପରି ମୁଣ୍ଡ ନ ନୁଆଇଥିଲେ, ଆଜି ସେହି ସାହସୀ ନେତୃତ୍ୱ ଭାରତରେ ଅନୁପସ୍ଥିତ ବୋଲି ସେ ଆକ୍ରୋଶ କରିଥିଲେ ।
ସେ କହିଲେ, “ଟ୍ରମ୍ପଙ୍କ ଟାରିଫ୍ ଧମକ ଆଗରେ ମୋଦୀ ସରକାର ନିରବ — ଏହା ଦେଶର ବାହ୍ୟ ନୀତି ଓ ରାଜନୈତିକ ସାହସର ଅଭାବକୁ ପ୍ରକାଶ କରୁଛି।”

ନୂଆପଡ଼ା ଖୁଣ୍ଟିଆ ଭବନରେ ଆୟୋଜିତ ଇନ୍ଦିରା ଗାନ୍ଧିଙ୍କ ୪୧ତମ ଶ୍ରାଦ୍ଧବାର୍ଷିକୀ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପାଳନ ସଭାରେ ସଭାପତିତ୍ୱ କରି ସେ କହିଥିଲେ, “କେବଳ ଜୟନ୍ତୀ ପାଳନ ନୁହେଁ, ଗାନ୍ଧୀ, ନେହେରୁ, ଇନ୍ଦିରା ଓ ପଟେଲଙ୍କ ଆଦର୍ଶକୁ ଜୀବନରେ ଅନୁପ୍ରବେଶ କରିବା ହିଁ କଂଗ୍ରେସ କର୍ମୀଙ୍କ ସତ୍ୟ ଦାୟିତ୍ୱ।”

ଏଆଇସିସି ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏହି ସଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆରଏସ୍‌ଏସ ଓ ଭାଜପାକୁ କଟାକ୍ଷ କରି କହିଥିଲେ, “ନେହେରୁ-ପଟେଲଙ୍କ ମଧ୍ୟରେ ଦୂରତା ଥିଲା ବୋଲି ଯେ ଆରଏସ୍‌ଏସ ପ୍ରଚାର କରୁଛି, ତାହା ସଂପୂର୍ଣ୍ଣ ମିଥ୍ୟା। ପଟେଲ ସ୍ୱୟଂ ଚାହୁଁଥିଲେ ଯେ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋନ୍ତୁ।”

ସେ କଂଗ୍ରେସ କର୍ମୀଙ୍କୁ ଆହ୍ୱାନ କରି କହିଥିଲେ, “କଂଗ୍ରେସର ଗୌରବମୟ ଇତିହାସ ପଢ଼ିବା ଓ ବୁଝିବା ଆବଶ୍ୟକ, ଯାହା ଆରଏସ୍‌ଏସ ପରି ସଂଗଠନଙ୍କ ଭ୍ରମ ପ୍ରଚାରକୁ ଅସଫଳ କରିଦେବ।”

ସଭାରେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପ ଦାଶ, ଉପସଭାପତି ସସ୍ମିତା ବେହେରା, ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନୀପତି, ବିଧାୟକ ଡା. ରାଜନ ଏକ୍କା ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
ସଭା ଶେଷରେ ରାହୁଲ ଗାନ୍ଧିଙ୍କ ଶ୍ରଦ୍ଧାଂଜଳି ବାର୍ତ୍ତା ପଢ଼ି ଶ୍ରୋତାମାନଙ୍କୁ ଶୁଣାଇ ଦିଆଯାଇଥିଲା, ଏବଂ ରାଷ୍ଟ୍ରୀୟ ମୁଖପାତ୍ର ଡ଼. ହମିଦ ହୁସେନ ଧନ୍ୟବାଦ ଜଣାଇ ସଭାର ସମାପନ କଲେ । (PNS)

Related Articles

Leave a Reply

Your email address will not be published. Required fields are marked *

Back to top button