ब्रेकिंग
दोनों कमाते हैं, तो रिश्ते में भी हो बराबरी: कामकाजी पति-पत्नी ऐसे बनाए रखें प्यार और तालमेल टेक्सटाइल रिसर्च को मिलेगी नई रफ्तार, सरकार का जोर ‘लैब से बाजार’ तक पहुंचाने पर रामकृष्ण हेगड़े की जन्मशती पर उपराष्ट्रपति का नमन, बोले—‘महान संस्थान निर्माता पीढ़ियों को बदलते हैं... फसल पर मौसम की मार से किसानों को सुरक्षा कवच, PMFBY ने 10 साल में बनाया बड़ा भरोसा कैबिनेट ने 'आत्मनिर्भर भारत' के लिए राष्ट्रीय यूरिया निवेश नीति-2026 (NIPU-2026) को दी मंजूरी कोच्चि में 20 से 23 जुलाई तक 'ऑपरेशन सदर्न रेडीनेस 26-2' की मेजबानी करेगा भारतीय नौसेना पीडीयूएनएएसएस में क्षेत्रीय श्रम आयुक्तों (केंद्रीय) के लिए 'रिकवरी मैनेजमेंट' पर तीन दिवसीय प्रशिक्... चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार...
देश

ଅଷ୍ଟମ ଅନୁସୂଚୀରେ ହୋ ଭାଷା ସାମିଲ ପାଇଁ ଜାତୀୟ ସ୍ତରୀୟ ଗଣଧାରଣା — ୫ ରାଜ୍ୟରୁ ୫୦୦ ଅଧିକ ପ୍ରତିନିଧିଙ୍କ ଯୋଗଦାନ

କେନ୍ଦ୍ର ସରକାରଙ୍କ ଅବହେଳାରେ ହୋ ଭାଷା ବିଲୁପ୍ତି ପଥରେ — ହୋ ସମାଜର ନେତାଙ୍କ କ୍ଷୋଭ ପ୍ରକାଶ

ଭୁବନେଶ୍ୱର :- ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ତରଫରୁ ଆଜି ଏକ ଦିବସୀୟ ଗଣଧାରଣା ଅନୁଷ୍ଠିତ ହେଲା, ଯାହାର ଉଦ୍ଦେଶ୍ୟ ହେଉଛି ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ଦାବି ଜଣାଇବା।

ଓଡିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଆସାମରୁ ଆସିଥିବା ୫୦୦ରୁ ଅଧିକ ହୋ ଭାଷା ପ୍ରେମୀ, ସାମାଜିକ ଓ ରାଜନୈତିକ ନେତାମାନେ ଏହି ଆନ୍ଦୋଳନରେ ଯୋଗଦେଲେ। ହୋ ଭାଷା, ଯାହାକି ଭାରତରେ ୪୦ ଲକ୍ଷରୁ ଅଧିକ ଲୋକ ମାତୃଭାଷା ଭାବେ ବ୍ୟବହାର କରନ୍ତି, ସେଥିପାଇଁ ଦୀର୍ଘଦିନ ଧରି ସରକାରୀ ମାନ୍ୟତା ଦାବି ଚାଲିଆସୁଛି।

ବକ୍ତାମାନେ କହିଥିଲେ ଯେ, ଝାରଖଣ୍ଡ ଓ ଓଡିଶା ସରକାର ହୋ ଭାଷାକୁ ସରକାରୀ ମାନ୍ୟତା ପାଇଁ ସୁପାରିଶ କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଠୋସ ପଦକ୍ଷେପ ନେଇନାହାନ୍ତି। ସେମାନେ ଆଶଙ୍କା କଲେ ଯେ, ଯଦି ସମୟୋଚିତ ପଦକ୍ଷେପ ନ ନିଆଯାଏ, ତେବେ ହୋ ଭାଷା ସହ ଜଡିତ ପାରମ୍ପରିକ ଜ୍ଞାନ ଓ ମୈଖିକ ସଂସ୍କୃତି ଲୁପ୍ତ ହୋଇ ଯିବ।

ଏହି ଗଣଧାରଣାରେ ରାମରାଇ ମୁନ୍ଦୁଇୟା, ଲକ୍ଷ୍ମୀଧର ସିଂ, ସୁରା ବିରୁଲୀ, ଡମ୍ବରୁଧର ଜାମୁଦା, ନାରଣ ପୂର୍ତ୍ତି, ପ୍ରହ୍ଲାଦ ପୂର୍ତ୍ତି, କ୍ଷିରୋଦ ହେମ୍ବ୍ରମ, ଗୋମେୟା ଅମଂ, ରମେଶ ବିରୁଆ, ଇପିଲ ସାମାଡ ଓ ଗବର ସିଂ ହେମ୍ବ୍ରମ ଆଦି ନେତାମାନେ ନେତୃତ୍ୱ ନେଇଥିଲେ।(PNS)

Related Articles

Leave a Reply

Your email address will not be published. Required fields are marked *

Back to top button