ब्रेकिंग
दोनों कमाते हैं, तो रिश्ते में भी हो बराबरी: कामकाजी पति-पत्नी ऐसे बनाए रखें प्यार और तालमेल टेक्सटाइल रिसर्च को मिलेगी नई रफ्तार, सरकार का जोर ‘लैब से बाजार’ तक पहुंचाने पर रामकृष्ण हेगड़े की जन्मशती पर उपराष्ट्रपति का नमन, बोले—‘महान संस्थान निर्माता पीढ़ियों को बदलते हैं... फसल पर मौसम की मार से किसानों को सुरक्षा कवच, PMFBY ने 10 साल में बनाया बड़ा भरोसा कैबिनेट ने 'आत्मनिर्भर भारत' के लिए राष्ट्रीय यूरिया निवेश नीति-2026 (NIPU-2026) को दी मंजूरी कोच्चि में 20 से 23 जुलाई तक 'ऑपरेशन सदर्न रेडीनेस 26-2' की मेजबानी करेगा भारतीय नौसेना पीडीयूएनएएसएस में क्षेत्रीय श्रम आयुक्तों (केंद्रीय) के लिए 'रिकवरी मैनेजमेंट' पर तीन दिवसीय प्रशिक्... चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार...
ओड़िशा

ନୂଆପଡ଼ା ସବୁଠୁ ପଛୁଆ ଜିଲ୍ଲା, ଫ୍ଲୋରାଇଡ୍ ପାଣି ହେଲା ମୂଳ ସମସ୍ୟା: ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଘାସିରାମ ମାଝୀ ଲୋକପ୍ରିୟ ଓ ନିଶ୍ଚୟ ଜିତିବେ — ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ୨୦୨୯ ନିର୍ବାଚନ ଲଢିବ ଓଡ଼ିଶା କଂଗ୍ରେସ

PNS Bureau :- ଆଜି ନୂଆପଡ଼ା ସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଲେ ଯେ, ନୂଆପଡ଼ା ଓଡ଼ିଶାର ସବୁଠୁ ପଛୁଆ ଓ ଆଦିବାସୀ ବହୁଳ ଜିଲ୍ଲା ହେଉଥିବା ସତ୍ତେ ଏଠାରେ ଫ୍ଲୋରାଇଡଯୁକ୍ତ ପାଣି ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇ ଉଠିଛି। ଏହା ଫଳରେ ପ୍ରାୟ ୫୦ ହଜାର ଲୋକ ଫ୍ଲୋରାଇସି ରୋଗର ଶିକାର ହୋଇଛନ୍ତି।

ସେ କହିଲେ ଯେ, ୨୦୦୬ରେ ୟୁପିଏ ସରକାର ଆଦିବାସୀଙ୍କୁ ବନାଧିକାର ପଟ୍ଟା ପ୍ରଦାନ କରିଥିଲା। ନୂଆପଡ଼ା ଜିଲ୍ଲାରୁ ୪୫,୦୦୦ ଜଣ ଆବେଦନ କଲେ କିନ୍ତୁ କେବଳ ୭,୦୦୦ ପଟ୍ଟା ଦିଆଯାଇଛି। ସିଆରଏଫ ପ୍ରକଳ୍ପ ଅନ୍ତର୍ଗତ ୮୪୬ ଗ୍ରାମସଭା ଆବେଦନ କଲେ ମଧ୍ୟ କେବଳ ୪୬ ଗ୍ରାମସଭାକୁ ଅନୁମତି ମିଳିଛି।

ଅଜୟ ଲଲ୍ଲୁ ଅଭିଯୋଗ କଲେ ଯେ, ମହୁଲ, କେନ୍ଦୁପତ୍ର ଓ ବନ୍ୟଜାତ ଦ୍ରବ୍ୟ ପାଇଁ ଏମଏସପି ନଥିବାରୁ ଆଦିବାସୀମାନେ ଅତି ଶସ୍ତାରେ ସେଗୁଡ଼ିକ ବିକ୍ରି କରିବାକୁ ବାଧ୍ୟ। ସେ ଅଭିଯୋଗ କଲେ — “ବିଜେଡି ଓ ବିଜେପି ୯ ବର୍ଷ ଧରି ମିଳିତ ଭାବରେ ସରକାର ଚଳାଇଛନ୍ତି। ବିଜେଡି ବର୍ତ୍ତମାନ ବିଜେପିଙ୍କ ଇସାରାରେ ଚାଲୁଛି। ଏହା ଗୋଟିଏ ଟଙ୍କାର ଦୁଇ ପାର୍ଶ୍ଵ।”

ସେ ଆଉ କହିଲେ ଯେ, ଭକ୍ତ ଚରଣ ଦାସ ଯେତେବେଳେ ଏହି ଅଞ୍ଚଳର ଲୋକସଭା ସଦସ୍ୟ ଥିଲେ, ବିଭିନ୍ନ ବୃହତ ଯୋଜନା ନୂଆପଡ଼ା ପାଇଁ ଆଣିଥିଲେ। ଏହିଥିରେ ଘାସିରାମ ମାଝୀ, ଯିଏ ତୃଣମୂଳ ସ୍ତରରେ ୩୦ ବର୍ଷ ଧରି କାମ କରୁଛନ୍ତି, ଆଦିବାସୀ ଅଞ୍ଚଳରେ ଖୁବ ଲୋକପ୍ରିୟନିଶ୍ଚୟ ଜିତିବେ ବୋଲି ଭବିଷ୍ୟତବାଣୀ କଲେ।

ବିଜେପି ଓ ବିଜେଡିଙ୍କ ଆକ୍ଷେପ ଉପରେ ସେ ସ୍ପଷ୍ଟ କଲେ ଯେ, “ନୂଆପଡ଼ା ହାରିଲେ ଭକ୍ତ ଦାସଙ୍କୁ ସଭାପତି ପଦରୁ ହଟାଯିବ” ବୋଲି ଯେଉଁ ଅଭିଯୋଗ ଉଠିଛି, ସେ ଅସତ୍ୟ। “ହଟାଇବା ଦୂର କଥା, ୨୦୨୯ ସାଧାରଣ ନିର୍ବାଚନ ମଧ୍ୟ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସ ଲଢିବ,” ଲଲ୍ଲୁ କହିଲେ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଅଭିଯୋଗ କଲେ ଯେ, କୋମନା ଠାରେ ଗତ ରାତି କୋରାପୁଟ ବିଜେପି ବିଧାୟକଙ୍କ ପିଏସଓ ମାତାଲ ହୋଇ ଫାଙ୍କା ଗୁଳି ଚାଳନା କରି ଲୋକଙ୍କୁ ଧମକାଇଛି। ସେ ପ୍ରଶ୍ନ କଲେ — “ବିଜେପି-ବିଜେଡି ନିର୍ବାଚନ ଲଢୁଛନ୍ତି କି ଲୋକଙ୍କୁ ଧମକ ଦେଇ ହାତେଇବାକୁ ଚାହୁଁଛନ୍ତି?” ସେ କହିଲେ, ଆଦିବାସୀ ପ୍ରାର୍ଥୀ ଘାସିରାମ ଜନସମର୍ଥନ ପାଇଛନ୍ତି, ବିଜେପି ଭୟଭୀତ ହୋଇ ଧମକ ରାଜନୀତି କରୁଛି।

ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କହିଲେ ଯେ, ବିଜେପି ସରକାରଙ୍କ ଭୁଲ ଏନଆରଜିଏସ ନୀତି ଯୋଗୁଁ ସୁକିନ୍ଦାରେ ନିଶା ମାଙ୍କଡ଼ିଆ ନାମକ ଆଦିବାସୀ ମୃତ୍ୟୁବରଣ କରିଛନ୍ତି। ଏପରି ଅବସ୍ଥା ନୂଆପଡ଼ାରେ ମଧ୍ୟ ଦେଖାଯାଉଛି। ସେ କହିଲେ, କଂଗ୍ରେସ ଶାସନକାଳରେ ପତୋରା ଓ ତିଖାଲି ଜଳସେଚନ ଯୋଜନା, ବିଜୁଳୀକରଣ ଓ ରାସ୍ତା ଉନ୍ନୟନ କାମ ଆରମ୍ଭ ହୋଇଥିଲା, କିନ୍ତୁ ବିଜେଡି ଓ ବିଜେପି ସରକାର ୨୫ ବର୍ଷ ଧରି କେବଳ ମାଗଣା ଯୋଜନା ଘୋଷଣା ଛଡ଼ା କିଛି କରିନାହାନ୍ତି।

ଏହି ସମ୍ମିଳନୀରେ ଏଆଇସିସି ମୁଖପାତ୍ର ଡ଼. ହମିଦ ହୁସେନ, ନୂଆପଡ଼ା ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। (PNS)

Related Articles

Leave a Reply

Your email address will not be published. Required fields are marked *

Back to top button