ब्रेकिंग
चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार... ओडिशा और जापान के तोत्तोरी प्रांत के बीच मैत्री समझौते पर चर्चा, आर्थिक एवं सांस्कृतिक सहयोग को मिले... नीट (यूजी) 2026 पुनर्परीक्षा की तैयारियों की मुख्य सचिव ने की समीक्षा, जिलाधिकारियों को दिए आवश्यक न... इजरायली स्टार्टअप ‘शिफ्टर्स’ ने जुटाए 1.02 करोड़ डॉलर, एआई-संचालित स्वायत्त रोबोटिक टीमों के विकास क... ईएसआईसी ने शैक्षणिक सत्र 2026-27 के लिए एमबीबीएस, बीडीएस और बी.एससी. नर्सिंग पाठ्यक्रमों में प्रवेश ... अफ्रीका में इबोला से निपटने के लिए सामूहिक प्रयासों की आवश्यकता: दक्षिण अफ्रीका के राष्ट्रपति रामाफो... जापानी फ्रूट सैंडो बना रहा है गर्मियों को खास, स्वाद के साथ कला का अनोखा संगम कैंसर केवल शारीरिक नहीं, मानसिक और भावनात्मक चुनौती भी: मरीजों और देखभालकर्ताओं के लिए व्यापक सहयोग ...
मुख्य खबर

ନୂଆପଡ଼ାରେ ପଣ୍ଡାଙ୍କ ତୋଫାନି ପ୍ରଚାର — ଜୟ ଢୋଲକିଆ ପାଇଁ ଭୋଟ ଭିକ୍ଷା

ବିଜେପି ପାଇଁ ରେକର୍ଡ ବ୍ୟବଧାନରେ ବିଜୟ ନିଶ୍ଚିତ କରିବାକୁ ନୂଆପଡ଼ା ବାସୀଙ୍କୁ ଆହ୍ୱାନ

PNS Bureau :- ଆଜି ପ୍ରଚାରର ଦ୍ୱିତୀୟ ଦିନରେ ଶ୍ରୀ ପଣ୍ଡା ନୂଆପଡାରେ ତୋଫାନି ରୋଡ ସୋ ,ପଥପ୍ରାନ୍ତ ସଭା ଓ ସାଧାରଣ ସଭା କରି ବିଜେପି ପାର୍ଥି ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ତାଙ୍କୁ ରେକର୍ଡ ବ୍ୟବଧାନରେ ଜିତେଇବାକୁ ନୂଆପଡ଼ା ବାସୀଙ୍କୁ ନିବେଦନ କରିଛନ୍ତି ।


ଆଜି ସକାଳେ ନୂଆପଡା ସହରର ଗାୟତ୍ରୀ ମନ୍ଦିର ଛକଠାରୁ ଏକ ଖୋଲା ଗାଡ଼ିରେ ସାଂସଦ ଶ୍ରୀ ପଣ୍ଡା ବାହାରି ଏକତା ଛକ ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ ରେ ଯୋଗ ଦେଇ ନୂଆପଡା ବାସୀଙ୍କୁ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ,ଏକତା ଛକରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଘାସିରାମ ମାଝିଙ୍କ ପ୍ରତିମୁର୍ତି ରେ ମ୍ୟାଲାପଣ କରିବା ସହିତ ଏକ ‘ଚାଏ ପେ ଚର୍ଚା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାର୍ଥି ଶ୍ରୀ ଜୟ ଢୋଲକିଆ ,ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ,ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା ,ଜ଼ିଲ୍ଲା ସଭାପତି କମଲେସ ଦୀକ୍ଷିତ ,ପ୍ରସନ୍ନ ପାଢ଼ୀ ,ଯୁବନେତା ଅଭିନନ୍ଦନ ପଣ୍ଡା ଙ୍କ ସମେତ ଶତାଧିକ ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।


ଏହା ପରେ କୋମନା ବ୍ଲକ ର ଉଦ୍ୟାନ ବନ୍ଧ ଠାରେ ଏକ ରୋଡ ସୋ ରେ ଯୋଗ ଦେଲା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବୁଦ୍ଧି କୋମନା ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା, ବୁଦ୍ଧି କୋମନା ଠାରେ ଏକ ବିଶାଳ ଜନସଭା କୁ ସମ୍ବଧିତ କରି ନୂଆପଡ଼ାକୁ ଡବଲ ଇଂଜିନ ସରକାର ସହ ଯୋଡି ସ୍ୱର୍ଗତ ରାଜୁ ଭାଇ ଢୋଲକିଆଙ୍କର ଏକ “ବିକଶିତ ନୂଆପଡା” ର ସ୍ୱପ୍ନକୁ ସାକାର କରିବାକୁ ନିବେଦନ କରିଥିଲେ ।


ଏହି ସଭାରେ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇ ନୂଆପଡା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଥି କୁ ପଦ୍ମ ଚିହ୍ନ ରେ ବହୁ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ହାତ ମୁଠାକୁ ମଜଭୁତ କରିବା ସହ ନୂଆପଡାର ସାମଗ୍ରିକ ବିକାଶ ପାଇଁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ବିଧାୟକ ଫକୀର ନାୟକ, ଦୁର୍ଗା ପ୍ରସନ୍ନ ନାୟକ, ବରିଷ୍ଠ ନେତା ବସନ୍ତ ପଣ୍ଡା ,ଜ଼ିଲ୍ଲା ସଭାପତି କମଲେସ ଦୀକ୍ଷିତ ,ପ୍ରସନ୍ନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।(PNS)

Related Articles

Leave a Reply

Your email address will not be published. Required fields are marked *

Back to top button