मुख्य खबर
କୋମନା ବ୍ଲକର ବଞ୍ଜାରି ମଣ୍ଡଳରେ ବିଶାଳ ମିଶ୍ରଣ ପର୍ବ — ବିଜେପି ରେ ଯୋଗଦେଲେ ଅନ୍ୟ ଦଳର ନେତା କର୍ମୀ

ନୂଆପଡା/ଭୁବନେଶ୍ୱର: – ନୂଆପଡା ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷିତରେ ଦିନକୁ ଦିନ ବିଜେପି ର ଶକ୍ତି ଓ ଲୋକପ୍ରୀୟତା ବଢ଼ୁଛି । ଆଜି କୋମନା ବ୍ଲକର ଗଣ୍ଡାମେର ପଞ୍ଚାୟତ ଅଧୀନ ବଞ୍ଜାରି ମଣ୍ଡଳରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଦ୍ମ ଚିହ୍ନ ଧାରଣ କରି ଦଳରେ ଯୋଗଦେଲେ । ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ରାଜ୍ୟର ଗଣଶିକ୍ଷା ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଯିଏ ନୂଆ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳକୁ ସ୍ଵାଗତ କରିଥିଲେ ।

ମନ୍ତ୍ରୀ ଗଣ୍ଡ କହିଥିଲେ ଯେ, “ଲୋକଙ୍କ ଉନ୍ନତିର ସାଥି ଏବଂ ରାଜ୍ୟ ଓ ଦେଶର ବିକାଶର ବାହକ ହେଲା ଭାରତୀୟ ଜନତା ପାର୍ଟି, ଯାହା ଆଜି ସମସ୍ତଙ୍କ ଆଦରର ଦଳ ହୋଇପାରିଛି।” ସେ ଏହି ଉପନିର୍ବାଚନରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ପାଇଁ ଏକତ୍ର ହୋଇ କାମ କରିବାକୁ ଆହ୍ୱାନ କରିଲେ ।(PNS)




