ब्रेकिंग
दोनों कमाते हैं, तो रिश्ते में भी हो बराबरी: कामकाजी पति-पत्नी ऐसे बनाए रखें प्यार और तालमेल टेक्सटाइल रिसर्च को मिलेगी नई रफ्तार, सरकार का जोर ‘लैब से बाजार’ तक पहुंचाने पर रामकृष्ण हेगड़े की जन्मशती पर उपराष्ट्रपति का नमन, बोले—‘महान संस्थान निर्माता पीढ़ियों को बदलते हैं... फसल पर मौसम की मार से किसानों को सुरक्षा कवच, PMFBY ने 10 साल में बनाया बड़ा भरोसा कैबिनेट ने 'आत्मनिर्भर भारत' के लिए राष्ट्रीय यूरिया निवेश नीति-2026 (NIPU-2026) को दी मंजूरी कोच्चि में 20 से 23 जुलाई तक 'ऑपरेशन सदर्न रेडीनेस 26-2' की मेजबानी करेगा भारतीय नौसेना पीडीयूएनएएसएस में क्षेत्रीय श्रम आयुक्तों (केंद्रीय) के लिए 'रिकवरी मैनेजमेंट' पर तीन दिवसीय प्रशिक्... चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार...
ओड़िशा

ନୂଆପଡ଼ା ବଞ୍ଜରି ମଣ୍ଡଳରେ ନିର୍ବାଚନୀ ସଭା — ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଆହ୍ୱାନ: “ଜୟ ଢୋଲକିଆଙ୍କୁ ଭୋଟ ଦେଇ ନୂଆପଡ଼ାର ପ୍ରଗତିକୁ ଆଗେଇ ନେଉନ୍ତୁ”

“ଜନତାଙ୍କ ସାଥୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତକୁ ଶକ୍ତିଶାଳୀ କରନ୍ତୁ” — ନୂଆପଡ଼ା ଉପନିର୍ବାଚନରେ ବିଜୟ ପ୍ରତି ଦୃଢ଼ ଆଶା ବ୍ୟକ୍ତ କଲେ ମନ୍ତ୍ରୀ ଗଣ୍ଡ

ନୂଆପଡ଼ା ଜିଲ୍ଲାର ବଞ୍ଜରି ମଣ୍ଡଳ ମାନିଗୁଡା ପଞ୍ଚାୟତରେ ଆଜି ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ସଭା ଅନୁଷ୍ଠିତ ହେଲା। ଆସନ୍ତା ୧୧ ନଭେମ୍ବର ରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ଏହି ସଭା ଉତ୍ସାହପୂର୍ଣ୍ଣ ପରିବେଶରେ ହୋଇଥିଲା।

ଓଡ଼ିଶା ସରକାରଙ୍କ ଗଣ ଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଅବସରରେ ଉପସ୍ଥିତ ହୋଇ ଜନସାଧାରଣଙ୍କୁ ଆହ୍ୱାନ କଲେ ଯେ, “ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଭୋଟ ଦେଇ ନୂଆପଡ଼ାର ପ୍ରଗତି ଓ ଉନ୍ନତିରେ ଭାଗ ହେବା।”

ସେ ଆହୁରି କହିଛନ୍ତି ଯେ ଏହି ନିର୍ବାଚନ ହେଉଛି ଜନତାଙ୍କ ସ୍ୱରକୁ ସୁଦୃଢ କରିବାର ଅବସର। “ଜନତାଙ୍କ ସାଥୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତକୁ ଶକ୍ତି ଦେଇ ନୂଆପଡ଼ାର ଅଭିବୃଦ୍ଧିକୁ ନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ,” ବୋଲି ଶ୍ରୀ ଗଣ୍ଡ କହିଛନ୍ତି।

ସଭାରେ ମନ୍ତ୍ରୀ ଗଣ୍ଡ ଜନସାଧାରଣ ସହ ଆଲୋଚନା କରି ନୂଆପଡ଼ାର ଭବିଷ୍ୟତ ପାଇଁ ବିଜେପିର ଦୃଢ଼ ସଂକଳ୍ପ ଓ ଯୋଜନା ବିଷୟରେ ଅବଗତ କରାଇଛନ୍ତି। ସେ ଦୃଢ଼ ସ୍ୱରରେ କହିଛନ୍ତି — “ଏହି ନିର୍ବାଚନରେ ଆମର ବିଜୟ ନିଶ୍ଚିତ, ଏବଂ ନୂଆପଡ଼ା ଉନ୍ନତିର ନୂଆ ଅଧ୍ୟାୟ ଆରମ୍ଭ ହେବ।”

Related Articles

Leave a Reply

Your email address will not be published. Required fields are marked *

Back to top button