ब्रेकिंग
चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार... ओडिशा और जापान के तोत्तोरी प्रांत के बीच मैत्री समझौते पर चर्चा, आर्थिक एवं सांस्कृतिक सहयोग को मिले... नीट (यूजी) 2026 पुनर्परीक्षा की तैयारियों की मुख्य सचिव ने की समीक्षा, जिलाधिकारियों को दिए आवश्यक न... इजरायली स्टार्टअप ‘शिफ्टर्स’ ने जुटाए 1.02 करोड़ डॉलर, एआई-संचालित स्वायत्त रोबोटिक टीमों के विकास क... ईएसआईसी ने शैक्षणिक सत्र 2026-27 के लिए एमबीबीएस, बीडीएस और बी.एससी. नर्सिंग पाठ्यक्रमों में प्रवेश ... अफ्रीका में इबोला से निपटने के लिए सामूहिक प्रयासों की आवश्यकता: दक्षिण अफ्रीका के राष्ट्रपति रामाफो... जापानी फ्रूट सैंडो बना रहा है गर्मियों को खास, स्वाद के साथ कला का अनोखा संगम कैंसर केवल शारीरिक नहीं, मानसिक और भावनात्मक चुनौती भी: मरीजों और देखभालकर्ताओं के लिए व्यापक सहयोग ...
ओड़िशा

ବଙ୍ଗୋପସାଗରରେ ସୃଷ୍ଟି ‘ମୋନ୍ଥା’ ବାତ୍ୟା ୨୮ ତାରିଖ ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବ — ମାଲକାନଗିରି, କୋରାପୁଟ, ଗଜପତି ସହ ୮ ଜିଲ୍ଲାରେ ଉଚ୍ଚ ସତର୍କତା!

“ଭୟଭୀତ ହେବେ ନାହିଁ, ଧର୍ଯ୍ୟର ସହ ବାତ୍ୟାର ସମ୍ମୁଖୀନ ହେବା” — ଓଡ଼ିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଆହ୍ୱାନ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ମୋନ୍ଥା’ ବର୍ତ୍ତମାନ ଏକ ଭୀଷଣ ବାତ୍ୟା ରୂପ ନେଇଛି ଏବଂ ଏହା ୨୮ ଅକ୍ଟୋବର ମଧ୍ୟରାତ୍ରିରେ ଭାରତୀୟ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।
ଏହି ସମୟରେ ଭାରି ପବନ ସହିତ ଅତି ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି, ଯାହାର ପ୍ରଭାବରେ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ସହିତ ଅନ୍ୟାନ୍ୟ ଅଂଚଳଗୁଡିକ ଅଧିକ ପ୍ରଭାବିତ ହେବା ଅନୁମାନ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଛନ୍ତି ଯେ, “ଭୟଭୀତ ହେବେ ନାହିଁ, ଧର୍ଯ୍ୟ ଓ ସହଯୋଗର ସହ ବାତ୍ୟା ପରିସ୍ଥିତିର ସମ୍ମୁଖୀନ ହେବା।”
ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି. ନଡ୍ଡାଙ୍କ ନିର୍ଦ୍ଦେଶ ଅନୁସାରେ, ବିଜେପି କାର୍ଯ୍ୟକର୍ତ୍ତାମାନେ ସେବା, ସହାୟତା ଓ ଉଦ୍ଧାର କାର୍ଯ୍ୟରେ ପୂର୍ଣ୍ଣ ସମର୍ପଣ ସହ ଯୋଗଦେବେ।

ସରକାରୀ ଯନ୍ତ୍ରଣା ପକ୍ଷରୁ ମଧ୍ୟ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ରଖି ବାତ୍ୟା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ହେଉଛି। ପ୍ରଶାସନ ପକ୍ଷରୁ ଲୋକ ଏବଂ ପଶୁଧନକୁ ସୁରକ୍ଷିତ ସ୍ଥାନକୁ ନେବା, ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ, ଚିକିତ୍ସା ସୁବିଧା, ବୃଦ୍ଧ, ଗର୍ଭବତୀ ଓ ରୋଗୀଙ୍କ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି।

ଶ୍ରୀ ସାମଲ ଆହ୍ୱାନ କରିଛନ୍ତି ଯେ, “ଏହି ସଂକଟକାଳୀନ ସମୟରେ ଆମେ ସମସ୍ତେ ଏକତାରେ ରହି ସରକାର ଓ ପ୍ରଶାସନଙ୍କୁ ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ। ଲୋକସେବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ।”

‘ମୋନ୍ଥା’ ବାତ୍ୟା ଭୀଷଣ ରୂପ ନେଉଛି, ଓଡ଼ିଶା ପାଇଁ ଉଚ୍ଚ ସତର୍କତା — ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଆହ୍ୱାନ: ଭୟଭୀତ ହେବେ ନାହିଁ, ଧର୍ଯ୍ୟର ସହ ମୁକାବିଲା କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button