ब्रेकिंग
चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार... ओडिशा और जापान के तोत्तोरी प्रांत के बीच मैत्री समझौते पर चर्चा, आर्थिक एवं सांस्कृतिक सहयोग को मिले... नीट (यूजी) 2026 पुनर्परीक्षा की तैयारियों की मुख्य सचिव ने की समीक्षा, जिलाधिकारियों को दिए आवश्यक न... इजरायली स्टार्टअप ‘शिफ्टर्स’ ने जुटाए 1.02 करोड़ डॉलर, एआई-संचालित स्वायत्त रोबोटिक टीमों के विकास क... ईएसआईसी ने शैक्षणिक सत्र 2026-27 के लिए एमबीबीएस, बीडीएस और बी.एससी. नर्सिंग पाठ्यक्रमों में प्रवेश ... अफ्रीका में इबोला से निपटने के लिए सामूहिक प्रयासों की आवश्यकता: दक्षिण अफ्रीका के राष्ट्रपति रामाफो... जापानी फ्रूट सैंडो बना रहा है गर्मियों को खास, स्वाद के साथ कला का अनोखा संगम कैंसर केवल शारीरिक नहीं, मानसिक और भावनात्मक चुनौती भी: मरीजों और देखभालकर्ताओं के लिए व्यापक सहयोग ...
नुआपड़ा

ନୂଆପଡ଼ା ଉପନିର୍ବାଚନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଜୋରଦାର ପ୍ରଚାର — ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପାଇଁ ମତଦାତାଙ୍କୁ ଆହ୍ୱାନ

 

PNS Bureau :- ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଆଜି ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କୋମନା ବ୍ଲକରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପକ୍ଷରେ ଜୋରଦାର ନିର୍ବାଚନ ପ୍ରଚାର କରିଥିଲେ।

ସେ ପ୍ରଥମେ ନୂଆପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳର ସଲେଭଟା (ୱାର୍ଡ ନମ୍ବର–୮) ରେ ଘରେ ଘରେ ବୁଲି ମତଦାତାଙ୍କ ସହ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତକୁ ଶକ୍ତିଶାଳୀ କରିବା ପାଇଁ ଜୟ ଢୋଲକିଆଙ୍କୁ ଭୋଟ ଦେବା ଆହ୍ୱାନ ଦେଇଥିଲେ।

ପରେ ମନ୍ତ୍ରୀ ମହାଲିଙ୍ଗ ଆମୋଦି ଠାରେ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନୀରେ ଯୋଗଦେଇ ରାଜ୍ୟର ବିକାଶ ଓ କଲ୍ୟାଣ ଯୋଜନାସମୂହ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ — କୃଷକମାନଙ୍କ ପାଇଁ ଧାନର ସର୍ବନିମ୍ନ ସହାୟତା ମୂଲ୍ୟରେ ବୃଦ୍ଧି, ମା’ମାନଙ୍କ ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା, ଜନସାଧାରଣ ପାଇଁ ଆୟୁଷ୍ମାନ ଓ ବୟୋବନ୍ଦନା ଯୋଜନା, ଏବଂ ନିରାଶ୍ରୟଙ୍କ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା — ସବୁଠି ଡବଲ ଇଞ୍ଜିନ ସରକାରର ସଫଳ ପଦକ୍ଷେପ।

ଡ. ମହାଲିଙ୍ଗ କହିଥିଲେ, “ନୂଆପଡ଼ା ଡବଲ ଇଞ୍ଜିନ ସରକାରର ଡବଲ ଗତି ବିକାଶର ଅଂଶୀଦାର ହେଉ। ଏହି ନିର୍ବାଚନ ହେଉଛି ଜନସାଧାରଣଙ୍କ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ।”

ଏହି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଛତିଶଗଡ଼ ମହାସମୁନ୍ଦ ସାଂସଦ ରୂପକୁମାରୀ ଚୌଧୁରୀ, ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ ବିଧାୟିକା କୁସୁମ ଟେଟେ, ଏବଂ ଯୁବ ନେତା ଅଭିନନ୍ଦନ ପଣ୍ଡା ସହିତ ଦଳର ଅନ୍ୟାନ୍ୟ ନେତାମାନେ ଯୋଗଦେଇଥିଲେ। (PNS)

 

Related Articles

Leave a Reply

Your email address will not be published. Required fields are marked *

Back to top button