ब्रेकिंग
दोनों कमाते हैं, तो रिश्ते में भी हो बराबरी: कामकाजी पति-पत्नी ऐसे बनाए रखें प्यार और तालमेल टेक्सटाइल रिसर्च को मिलेगी नई रफ्तार, सरकार का जोर ‘लैब से बाजार’ तक पहुंचाने पर रामकृष्ण हेगड़े की जन्मशती पर उपराष्ट्रपति का नमन, बोले—‘महान संस्थान निर्माता पीढ़ियों को बदलते हैं... फसल पर मौसम की मार से किसानों को सुरक्षा कवच, PMFBY ने 10 साल में बनाया बड़ा भरोसा कैबिनेट ने 'आत्मनिर्भर भारत' के लिए राष्ट्रीय यूरिया निवेश नीति-2026 (NIPU-2026) को दी मंजूरी कोच्चि में 20 से 23 जुलाई तक 'ऑपरेशन सदर्न रेडीनेस 26-2' की मेजबानी करेगा भारतीय नौसेना पीडीयूएनएएसएस में क्षेत्रीय श्रम आयुक्तों (केंद्रीय) के लिए 'रिकवरी मैनेजमेंट' पर तीन दिवसीय प्रशिक्... चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार...
ओड़िशा

ଭାରତର ବିବିଧତା ହିଁ ଏହାର ପ୍ରକୃତ ଶକ୍ତି: ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

PNS Bureau:-  ଭାରତର ପ୍ରକୃତ ଶକ୍ତି ଏହାର ବିଶାଳ ବିବିଧତାରେ ନିହିତ ରହିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ରାଜଭବନର ନ୍ୟୁ ଅଭିଷେକ ହଲରେ ଆଜି ଜାମ୍ମୁ ଓ କାଶ୍ମୀର, ଲେହ-ଲଦାଖ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ନିକୋବର, ଚଣ୍ଡୀଗଡ, ଛତିଶଗଡ, ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ, କେରଳ, ଲକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ପଞ୍ଜାବ ଓ ତାମିଲନାଡୁର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସେ ଏହି କଥା କହିଥିଲେ।

ରାଜ୍ୟପାଳ କହିଥିଲେ ଯେ, ରାଜଭବନରେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରତିଷ୍ଠା ଦିବସ ପାଳନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ – ଶ୍ରେଷ୍ଠ ଭାରତ’ ଦୃଷ୍ଟିକୋଣର ଆତ୍ମାକୁ ପ୍ରତିଫଳିତ କରେ। ସେ କହିଥିଲେ ଯେ, ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ରାଜ୍ୟର ସଂସ୍କୃତି, ପରଂପରା ଓ ଭାଷା ଏକତାର ସୂତ୍ରରେ ବନ୍ଧାଯାଉଛି।

ଡ. କମ୍ଭମପାଟି ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ ଉତ୍କର୍ଷତା ସମ୍ପର୍କରେ ଅବତାରଣା କରି କହିଥିଲେ ଯେ, ଜାମ୍ମୁ ଓ କାଶ୍ମୀରର ପାହାଡ଼, ଲେହ-ଲଦାଖର ଶାନ୍ତ ମାଳଭୂମି, କର୍ଣ୍ଣାଟକର ନବସୃଜନ, କେରଳର ପୃଷ୍ଠଭୂମି, ପଞ୍ଜାବର ଭକ୍ତିଭାବ ଓ ତାମିଲନାଡୁର ଶାସ୍ତ୍ରୀୟ କଳା ସମସ୍ତେ ମିଶି ଭାରତର ଜୀବନ୍ତ ଆତ୍ମା ଗଠନ କରିଛି।

ଓଡ଼ିଶା ସମ୍ପର୍କରେ କହି ସେ ଉଲ୍ଲେଖ କଲେ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ଓଡ଼ିଶା ଅନ୍ତର୍ଭୂକ୍ତି ଓ ଶ୍ରଦ୍ଧାର ପ୍ରତୀକ। ଓଡ଼ିଶୀ ନୃତ୍ୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ଓଡ଼ିଆ ଖାଦ୍ୟ ସଂସ୍କୃତି ମାନବ, ପ୍ରକୃତି ଓ ଦିବ୍ୟତାର ସମନ୍ୱୟକୁ ପ୍ରତିପାଦନ କରେ।

ସେ ଓଡ଼ିଶାକୁ ନିଜ ଦ୍ୱିତୀୟ ଘର କରିଥିବା ଅନ୍ୟ ରାଜ୍ୟର ନିବାସୀମାନଙ୍କ ପ୍ରତି କୃତଜ୍ଞତା ଜଣାଇଲେ ଓ ରାଜ୍ୟର ଉନ୍ନତିରେ ସେମାନଙ୍କ ଅବଦାନକୁ ସ୍ୱୀକାର କଲେ।

ଏହି ଅବସରରେ ରାଜ୍ୟପାଳଙ୍କ ସହଧର୍ମିଣୀ ଡ. ଜୟଶ୍ରୀ କମ୍ଭମପାଟି, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଡିଜିପି ୱାଇ.ବି. ଖୁରାନିଆ, ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଚିତ୍ରା ଆରୁମୁଗମ, ଡ. ତିରୁମାଲା ନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅନ୍ତେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସାଂସ୍କୃତିକ ପ୍ରଦର୍ଶନ ପରିବେଷିତ ହୋଇଥିଲା।(PNS)

Related Articles

Leave a Reply

Your email address will not be published. Required fields are marked *

Back to top button