ब्रेकिंग
दोनों कमाते हैं, तो रिश्ते में भी हो बराबरी: कामकाजी पति-पत्नी ऐसे बनाए रखें प्यार और तालमेल टेक्सटाइल रिसर्च को मिलेगी नई रफ्तार, सरकार का जोर ‘लैब से बाजार’ तक पहुंचाने पर रामकृष्ण हेगड़े की जन्मशती पर उपराष्ट्रपति का नमन, बोले—‘महान संस्थान निर्माता पीढ़ियों को बदलते हैं... फसल पर मौसम की मार से किसानों को सुरक्षा कवच, PMFBY ने 10 साल में बनाया बड़ा भरोसा कैबिनेट ने 'आत्मनिर्भर भारत' के लिए राष्ट्रीय यूरिया निवेश नीति-2026 (NIPU-2026) को दी मंजूरी कोच्चि में 20 से 23 जुलाई तक 'ऑपरेशन सदर्न रेडीनेस 26-2' की मेजबानी करेगा भारतीय नौसेना पीडीयूएनएएसएस में क्षेत्रीय श्रम आयुक्तों (केंद्रीय) के लिए 'रिकवरी मैनेजमेंट' पर तीन दिवसीय प्रशिक्... चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार...
ओड़िशा

“ଏକ ଭାରତ, ଶ୍ରେଷ୍ଠ ଭାରତ, ଆତ୍ମନିର୍ଭର ଭାରତ ହେଉଛି ଆମ ସଂକଳ୍ପ” — ବିଜେପି ନେତା ଗୋଲକ ମହାପାତ୍ର

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀରେ ରାଜ୍ୟର ୬୩ ସ୍ଥାନରେ ‘ଏକତା ପଦଯାତ୍ରା’ — ନଭେମ୍ବର ୨୬ ପର୍ଯ୍ୟନ୍ତ ବିଜେପିର ବିଶେଷ କାର୍ଯ୍ୟକ୍ରମ ଘୋଷଣା

ଭୁବନେଶ୍ୱର :- ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର କହିଥିଲେ — “ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ; ଏକତା, ସମନ୍ୱୟ ଓ ଦେଶପ୍ରେମର ଭାବନା ହିଁ ସଶକ୍ତ ଭାରତ ଗଢିବାର ଭିତ୍ତି। ‘ଏକ ଭାରତ, ଶ୍ରେଷ୍ଠ ଭାରତ, ଆତ୍ମନିର୍ଭର ଭାରତ’ ହେଉଛି ଆମର ଅଟଳ ସଂକଳ୍ପ।”

ସେ ଉଲ୍ଲେଖ କଲେ ଯେ, ସ୍ୱାଧୀନତା ପରେ ଗଡଜାତ ରାଜ୍ୟଗୁଡ଼ିକୁ ଏକାଠି କରି ଭାରତକୁ ଏକ ବିଶାଳ ରାଷ୍ଟ୍ର ଭାବେ ଗଠନରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଅତୁଳନୀୟ ଥିଲା । ସେହି ମହାନ ବରପୁତ୍ରଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ‘ରନ୍ ଫର୍ ୟୁନିଟି’ ଆରମ୍ଭ କରିଥିଲେ, ଯାହା ପ୍ରତିବର୍ଷ ଅକ୍ଟୋବର ୩୧ରେ ଦେଶବ୍ୟାପୀ ଭାବେ ଆୟୋଜିତ ହୁଏ ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ଉପସଭାପତି ଡ଼ ଜତିନ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଡ଼ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ସର୍ଦ୍ଦାର ପଟେଲଙ୍କ ଜୀବନ ଓ ଦେଶଗଠନରେ ତାଙ୍କ ଅସାଧାରଣ ଅବଦାନ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଡ଼ ଜତିନ୍ ମହାନ୍ତି ଘୋଷଣା କଲେ ଯେ, ଆଜିଠାରୁ ଆସନ୍ତା ନଭେମ୍ବର ୨୬ ପର୍ଯ୍ୟନ୍ତ ରାଜ୍ୟର ୬୩ଟି ସ୍ଥାନରେ ବିଜେପି ପକ୍ଷରୁ ‘ଏକତା ପଦଯାତ୍ରା’ ଅନୁଷ୍ଠିତ ହେବ । ଏହି ପଦଯାତ୍ରାର ମାଧ୍ୟମରେ ଦଳ ସର୍ଦ୍ଦାର ପଟେଲଙ୍କ ଏକତା ଓ ଜାତିଗଠନର ଆଦର୍ଶକୁ ଗ୍ରାମେ ଗ୍ରାମେ ପହଞ୍ଚାଇବାର ଲକ୍ଷ୍ୟ ରଖିଛି । (PNS)

Related Articles

Leave a Reply

Your email address will not be published. Required fields are marked *

Back to top button