ब्रेकिंग
चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार... ओडिशा और जापान के तोत्तोरी प्रांत के बीच मैत्री समझौते पर चर्चा, आर्थिक एवं सांस्कृतिक सहयोग को मिले... नीट (यूजी) 2026 पुनर्परीक्षा की तैयारियों की मुख्य सचिव ने की समीक्षा, जिलाधिकारियों को दिए आवश्यक न... इजरायली स्टार्टअप ‘शिफ्टर्स’ ने जुटाए 1.02 करोड़ डॉलर, एआई-संचालित स्वायत्त रोबोटिक टीमों के विकास क... ईएसआईसी ने शैक्षणिक सत्र 2026-27 के लिए एमबीबीएस, बीडीएस और बी.एससी. नर्सिंग पाठ्यक्रमों में प्रवेश ... अफ्रीका में इबोला से निपटने के लिए सामूहिक प्रयासों की आवश्यकता: दक्षिण अफ्रीका के राष्ट्रपति रामाफो... जापानी फ्रूट सैंडो बना रहा है गर्मियों को खास, स्वाद के साथ कला का अनोखा संगम कैंसर केवल शारीरिक नहीं, मानसिक और भावनात्मक चुनौती भी: मरीजों और देखभालकर्ताओं के लिए व्यापक सहयोग ...
नुआपड़ा

କୋମନା ବ୍ଲକରେ ଗୁରୁଜନ ଓ ମାତୃଶକ୍ତି କାର୍ଯ୍ୟକ୍ରମ — ନୂଆପଡା ଉପନିର୍ବାଚନକୁ ନେଇ ବିଜେପିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ


ନୂଆପଡା/ଭୁବନେଶ୍ୱର: ନୂଆପଡା ବିଧାନସଭା ଉପନିର୍ବାଚନକୁ ନେଇ ବିଜେପି ନେତା, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଂଯୋଗ ଜାରି ରଖିଛନ୍ତି । ଏହି ଅଭିଯାନ ଅନୁସାରେ ଆଜି ନୂଆପଡା ଜିଲ୍ଲାର କୋମନା ବ୍ଲକ ଅଧୀନ ସୁନାବେଡ଼ା ପଞ୍ଚାୟତରେ ଥିବା ମା’ ସୁନାଦେଇ ମନ୍ଦିର ପରିସରରେ ଗୁରୁଜନ ଓ ମାତୃଶକ୍ତିଙ୍କ ସହ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ହୋଇ ଗ୍ରାମବାସୀ, ବିଶେଷତଃ ଗୁରୁଜନ ଓ ମା’ମାନଙ୍କ ସହ ସୌହାର୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ କରିଥିଲେ । ସେ “ଡବଲ୍ ଇଞ୍ଜିନ୍” ସରକାର ଙ୍କ ଜନହିତକାରୀ ଯୋଜନାମାନଙ୍କ ଦ୍ୱାରା ଗ୍ରାମୀଣ ଅଞ୍ଚଳର ଲୋକ କିପରି ଲାଭାନ୍ୱିତ ହେଉଛନ୍ତି, ତାହା ଉଲ୍ଲେଖ କଲେ ।

ଶ୍ରୀ ସ୍ୱାଇଁ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ହେଉଥିବା ଦ୍ୱିଗୁଣିତ ବିକାଶ ଉପରେ ଆଲୋକ ପାତିଥିଲେ ଓ ନୂଆପଡା ମାଟିର ପୁଅ, ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ଭୋଟ୍ ଦେଇ ବିଜୟୀ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।(PNS)

Related Articles

Leave a Reply

Your email address will not be published. Required fields are marked *

Back to top button