ब्रेकिंग
चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार... ओडिशा और जापान के तोत्तोरी प्रांत के बीच मैत्री समझौते पर चर्चा, आर्थिक एवं सांस्कृतिक सहयोग को मिले... नीट (यूजी) 2026 पुनर्परीक्षा की तैयारियों की मुख्य सचिव ने की समीक्षा, जिलाधिकारियों को दिए आवश्यक न... इजरायली स्टार्टअप ‘शिफ्टर्स’ ने जुटाए 1.02 करोड़ डॉलर, एआई-संचालित स्वायत्त रोबोटिक टीमों के विकास क... ईएसआईसी ने शैक्षणिक सत्र 2026-27 के लिए एमबीबीएस, बीडीएस और बी.एससी. नर्सिंग पाठ्यक्रमों में प्रवेश ... अफ्रीका में इबोला से निपटने के लिए सामूहिक प्रयासों की आवश्यकता: दक्षिण अफ्रीका के राष्ट्रपति रामाफो... जापानी फ्रूट सैंडो बना रहा है गर्मियों को खास, स्वाद के साथ कला का अनोखा संगम कैंसर केवल शारीरिक नहीं, मानसिक और भावनात्मक चुनौती भी: मरीजों और देखभालकर्ताओं के लिए व्यापक सहयोग ...
ओड़िशा

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ‘ସୁଭଦ୍ରା ଏକତା ପଦଯାତ୍ରା’

ମହିଳା ସଶକ୍ତିକରଣରେ ଓଡ଼ିଶା ଆଗରେ— ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଘୋଷଣା: ସୁଭଦ୍ରା ଯୋଜନାର ନୂତନ ପଞ୍ଜିକରଣ ନଭେମ୍ବର ୧ରୁ ୩୦ ପର୍ଯ୍ୟନ୍ତ

ଭୁବନେଶ୍ୱର :-ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ‘ସୁଭଦ୍ରା ଏକତା ପଦଯାତ୍ରା’ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା । ମାଷ୍ଟରକ୍ୟାଣ୍ଟିନ୍‌ ଠାରୁ ଆରମ୍ଭ ହୋଇ ରାଜମହଲ ଛକ ପର୍ଯ୍ୟନ୍ତ ହୋଇଥିବା ଏହି ପଦଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଅଂଶଗ୍ରହଣ କରି ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥିଲେ ।

ସେ କହିଥିଲେ, “ମହିଳାମାନେ ଯଦି ସ୍ୱାବଲମ୍ବୀ ଏବଂ ସଶକ୍ତ ହେବେ, ତେବେ ସମୃଦ୍ଧ ଓଡ଼ିଶା ଗଢ଼ି ଉଠିବ।” ସୁଭଦ୍ରା ଯୋଜନା ଦ୍ୱାରା ଏପର୍ଯ୍ୟନ୍ତ ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କୁ ୧୫ ହଜାର କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ମିଳିଛି ବୋଲି ସେ ଉଲ୍ଲେଖ କଲେ ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଘୋଷଣା କଲେ ଯେ, ଆର୍ଥିକ ବର୍ଷ ୨୦୨୫–୨୬ ପାଇଁ ସୁଭଦ୍ରା ଯୋଜନାର ନୂତନ ପଞ୍ଜିକରଣ ପାଇଁ ପୋର୍ଟାଲ ୧ ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଖୋଲା ରହିବ । ନୂଆପଡ଼ା ଜିଲ୍ଲା ବ୍ୟତୀତ ସମସ୍ତ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର ଓ ଆମ ସେବା/ଜନସେବା କେନ୍ଦ୍ରରେ ଦେୟମୁକ୍ତ ଭାବେ ପଞ୍ଜିକରଣ ହେବ ।

ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାଶ, ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀ, ବିଏମ୍‌ସି କମିଶନର ଚଞ୍ଜଲ ରାଣା ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ହିତାଧିକାରୀମାନେ ଉପସ୍ଥିତ ଥିଲେ ।(PNS)

Related Articles

Leave a Reply

Your email address will not be published. Required fields are marked *

Back to top button