ଖରିଆର ରୋଡରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପଦଯାତ୍ରା — ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ନିବେଦନ
ଖରିଆର ରୋଡ଼କୁ ବିକଶିତ ସହରରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ — ମନ୍ତ୍ରୀ ମହାପାତ୍ର

Bhuban
eswar:- ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼ ଏନଏସିର ୧୬ ଓ ୧୭ ନମ୍ବର ୱାର୍ଡରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର ପଦଯାତ୍ରା କରି ବିଜେପି ବିଧାୟକ ପ୍ରାର୍ଥୀ ଜୟ ଭାଇ ଢୋଲକିଆଙ୍କୁ ଜିତେଇବା ପାଇଁ ଘରେଘରେ ଯାଇ ଭୋଟ ନିବେଦନ କରିଛନ୍ତି।
ମନ୍ତ୍ରୀ ମହାପାତ୍ର କହିଛନ୍ତି ଯେ, ଖରିଆର ରୋଡ଼ ଏନଏସିକୁ ଏକ ବିକଶିତ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛି ଏବଂ ସେଥିପାଇଁ ଏନଏସି ବାସୀଙ୍କ ସମର୍ଥନ ଆବଶ୍ୟକ। ସେ ଆହ୍ୱାନ କରିଛନ୍ତି ଯେ, ନଗରବାସୀ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ମାଧ୍ୟମରେ ଏହି ଉନ୍ନୟନ ଯାତ୍ରାରେ ଅଂଶ ନିଅନ୍ତୁ।
ମନ୍ତ୍ରୀ ମହାପାତ୍ର କହିଥିଲେ ଯେ, ମୋହନ ସରକାର ସ୍ଵଚ୍ଛ ପାନୀୟ ଜଳ, ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଉନ୍ନତ ରାସ୍ତା ନିର୍ମାଣରେ ସଂକଳ୍ପବଦ୍ଧ।
ଏହି ପଦଯାତ୍ରାରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏବଂ ଖରିଆର ରୋଡ଼ ପୌରାଧକ୍ଷା ଡ଼. ସୋନିଆ ଜେନ ମଧ୍ୟ ଉପସ୍ଥିତ ଥିଲେ ଏବଂ ଘରଘର ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।(PNS)




