ब्रेकिंग
दोनों कमाते हैं, तो रिश्ते में भी हो बराबरी: कामकाजी पति-पत्नी ऐसे बनाए रखें प्यार और तालमेल टेक्सटाइल रिसर्च को मिलेगी नई रफ्तार, सरकार का जोर ‘लैब से बाजार’ तक पहुंचाने पर रामकृष्ण हेगड़े की जन्मशती पर उपराष्ट्रपति का नमन, बोले—‘महान संस्थान निर्माता पीढ़ियों को बदलते हैं... फसल पर मौसम की मार से किसानों को सुरक्षा कवच, PMFBY ने 10 साल में बनाया बड़ा भरोसा कैबिनेट ने 'आत्मनिर्भर भारत' के लिए राष्ट्रीय यूरिया निवेश नीति-2026 (NIPU-2026) को दी मंजूरी कोच्चि में 20 से 23 जुलाई तक 'ऑपरेशन सदर्न रेडीनेस 26-2' की मेजबानी करेगा भारतीय नौसेना पीडीयूएनएएसएस में क्षेत्रीय श्रम आयुक्तों (केंद्रीय) के लिए 'रिकवरी मैनेजमेंट' पर तीन दिवसीय प्रशिक्... चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार...
ओड़िशा

ନୂଆପଡା ଉପନିର୍ବାଚନରେ ବିଜେଡି-ବିଜେପି ମିଳିତ ମୁହାଁ, କଂଗ୍ରେସ ଏକାକୀ ଯୁଦ୍ଧ: ଜୟଦେବ ଜେନା

ନୂଆଦିଲ୍ଲୀରେ ଆଗରୁ ଡିଲ ସରିଗଲା, ବିଜେଡି କେବଳ ଅଭିନୟ କରୁଛି: ଦେବାଶିଷ ନାୟକ

🟥 ନୂଆପଡା ଉପନିର୍ବାଚନ ଦ୍ବିମୁଖୀ, ବିଜେଡି-ବିଜେପି ଏକାତ୍ମ — କଂଗ୍ରେସ ଏକାକୀ ଲଢ଼ୁଛି : ଜୟଦେବ ଜେନା

ନବୀନଙ୍କ ରଙ୍ଗ ହରାଇଛି, ଲୋକେ ବୁଝିସାରିଛନ୍ତି ବିଜେଡିର ଠକାମୀ : ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଅଭିଯୋଗ

PNS Bureau:- ନୂଆପଡା ଉପନିର୍ବାଚନକୁ ଆଖି ଆଗରେ ରଖି ପ୍ରତିଦିନ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କଠୋର ଆକ୍ରମଣ ଶେଳୀରେ ବିଜେଡି ଓ ବିଜେପି ଉପରେ ତୀବ୍ର ଆକ୍ରୋଶ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, “ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ନୂଆପଡାକୁ ଭୁଲି ଯାଇଥିଲେ, ଏବେ ନିର୍ବାଚନ ଦେଖି ହଠାତ୍ ମନେ ପଡିଗଲା। ସେଇ ନବୀନଙ୍କ ରଙ୍ଗ ଆଉ ରହିନାହିଁ। ଏକଦିନ ହାତ ହଲାଇ ଭୋଟ ଝଡି ପଡୁଥିଲା, କିନ୍ତୁ ଆଜି ଲୋକେ ବିଜେଡିର ଠକାମୀକୁ ବୁଝିସାରିଛନ୍ତି।”

ଶ୍ରୀ ଜେନା ଅଭିଯୋଗ କରିଛନ୍ତି ଯେ, “ଏହି ନିର୍ବାଚନ ତ୍ରିମୁଖୀ ନୁହେଁ, ପ୍ରକୃତରେ ଦ୍ବିମୁଖୀ। ଗୋଟିଏ ପଟେ ବିଜେପି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଜେଡିର ପ୍ରମୁଖ ପାଣ୍ଡିଆନ ମିଶି ଲଢୁଛନ୍ତି, ଅନ୍ୟ ପଟେ ଏକାକୀ କଂଗ୍ରେସ। ବିଜେଡି ଜାଣିଶୁଣି ବାହାର ଜିଲ୍ଲାର ପ୍ରାର୍ଥୀ ଦେଇ ବିଜେପିକୁ ସହଯୋଗ କରୁଛି।”

ସେ ଆହୁରି କହିଛନ୍ତି ଯେ, “ପୂର୍ବରୁ ବିଜେଡି-ବିଜେପି ମିଳିତ ସରକାର ଥିଲା, ତଥାପି ତଳସାରା ଓ ଲକ୍ଷ୍ମୀପୁରରେ କଂଗ୍ରେସ ଜିତିଥିଲା। ଏଥର ଘାସିରାମ ମାଝୀ ମଧ୍ୟ ଜିତିବେ। ଆମ ପାଖରେ ଅର୍ଥବଳ ନାହିଁ, କିନ୍ତୁ ଯଥେଷ୍ଟ ଲୋକବଳ ଅଛି।”

ସେ ନବୀନ ପଟ୍ଟନାୟକଙ୍କ ନୂଆପଡା ଗସ୍ତକୁ “ନାଟକୀୟ ଦୃଶ୍ୟ” ବୋଲି ବିବେଚନା କରି କହିଲେ ଯେ, “ସେ କେବଳ ବିଜେପି ସହିତ ଆମେ ନୁହଁ ବୋଲି ଦେଖେଇବା ପାଇଁ ଆସିଛନ୍ତି।”

ସମ୍ମିଳନୀର ଅନ୍ୟତମ ବକ୍ତା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କହିଥିଲେ, “ନୂଆଦିଲ୍ଲୀରେ ଆଗରୁ ଡିଲ ସରିଯାଇଛି। ବିଜେଡି କେବଳ ଅଭିନୟ କରୁଛି ଯେ ନିର୍ବାଚନ ଲଢୁଛି। କିନ୍ତୁ କଂଗ୍ରେସ ସ୍ଥାନୀୟ ଆଦିବାସୀ ନେତାଙ୍କୁ ପ୍ରାର୍ଥୀ କରି ସତ୍ୟ ଏବଂ ସାମାଜିକ ନ୍ୟାୟ ମୁଦ୍ଦାରେ ନିର୍ବାଚନ ଲଢୁଛି।”

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଓ ମୁଖପାତ୍ର ମନୋରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ।(PNS)

Related Articles

Leave a Reply

Your email address will not be published. Required fields are marked *

Back to top button