ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ବିଜେପିର ଶକ୍ତି ପ୍ରଦର୍ଶନ

ଆଜି ନୂଆପଡ଼ା ନିର୍ବାଚନ ମଣ୍ଡଳୀର କୋମନା ବ୍ଲକ ମୁନିଗୁଡା ଖେଳପଡିଆରେ ଆଦିବାସୀ, କିଶାନ, ମିର୍ଦ୍ଧା, ମାଟିଆ ଓ କୋଡା ସମାଜଙ୍କ ଦ୍ୱାରା ଆୟୋଜିତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ଅନେକ ମନ୍ତ୍ରୀ ଯୋଗ ଦେଇଥିଲେ ।

ମନ୍ତ୍ରୀମାନେ ନିଜ ଅଭିଭାଷଣରେ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ରେ ଓଡ଼ିଶାର ଡବଲ ଗତିର ବିକାଶ ହେଉଛି । ଏହା ଆଦିବାସୀ ଅଞ୍ଚଳରେ ପରିବର୍ତ୍ତନ ଆଣୁଛି ବୋଲି ସେମାନେ ଜଣାଇଥିଲେ ।
ଏହି ସମାବେଶରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ, ରବି ନାୟକ, ଗଣେଶ ରାମ ସିଂ ଖୁଣ୍ଟିଆ, ସାଂସଦ ସଙ୍ଗିତା କୁମାରୀ ସିଂ ଦେଓ, ପ୍ରଦୀପ ପୁରୋହିତ, ବଳଭଦ୍ର ମଝି, ରବିନ୍ଦ୍ର ନାରାୟଣ ବେହେରା, ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ ।
ସମସ୍ତେ ନିଜ ବକ୍ତବ୍ୟ ରେ ବିଜେପିର ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ ଓ ବିକାଶ ଉପରେ ଜୋର ଦେଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପାଇଁ ଭୋଟ ଭିକ୍ଷା କରିଥିଲେ ।(PNS)




