ब्रेकिंग
चमेली ओड़ा को न्याय दिलाने की मांग पर 17 जून को केंद्रापाड़ा जिला कलेक्टर कार्यालय का घेराव करेगा यु... विश्व पर्यावरण दिवस पर IWWA ओडिशा सेंटर का वृक्षारोपण अभियान, पर्यावरण संरक्षण का दिया संदेश मुख्यमंत्री मोहन चरण माझी का बड़ा फैसला: चावल मिलिंग शुल्क दोगुना, किसानों से धान खरीद होगी और सुचार... ओडिशा और जापान के तोत्तोरी प्रांत के बीच मैत्री समझौते पर चर्चा, आर्थिक एवं सांस्कृतिक सहयोग को मिले... नीट (यूजी) 2026 पुनर्परीक्षा की तैयारियों की मुख्य सचिव ने की समीक्षा, जिलाधिकारियों को दिए आवश्यक न... इजरायली स्टार्टअप ‘शिफ्टर्स’ ने जुटाए 1.02 करोड़ डॉलर, एआई-संचालित स्वायत्त रोबोटिक टीमों के विकास क... ईएसआईसी ने शैक्षणिक सत्र 2026-27 के लिए एमबीबीएस, बीडीएस और बी.एससी. नर्सिंग पाठ्यक्रमों में प्रवेश ... अफ्रीका में इबोला से निपटने के लिए सामूहिक प्रयासों की आवश्यकता: दक्षिण अफ्रीका के राष्ट्रपति रामाफो... जापानी फ्रूट सैंडो बना रहा है गर्मियों को खास, स्वाद के साथ कला का अनोखा संगम कैंसर केवल शारीरिक नहीं, मानसिक और भावनात्मक चुनौती भी: मरीजों और देखभालकर्ताओं के लिए व्यापक सहयोग ...
मुख्य खबर

ଭୁବନେଶ୍ୱରରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

PNS Bureau | 6 NOV 2025- ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନ ଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଳ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବୃତ୍ତିଗତ ଦକ୍ଷତା ବୃଦ୍ଧି, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା, ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନ, ସାଇବର ଅପରାଧ ଓ ଆଧୁନିକ ତଦନ୍ତ ପ୍ରଣାଳୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି।

 

କର୍ମଶାଳାର ଉଦ୍‌ଘାଟନ ଓଡିଶାର ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ, IPS କରିଥିଲେ। ସେ କହିଥିଲେ ଯେ ରେଳବାଇ ଓ ଉପକୂଳ ସୁରକ୍ଷାକୁ ମଜବୁତ ଓ ଆଧୁନିକ କରିବା ଓଡିଶା ପୋଲିସର ପ୍ରାଥମିକ ଲକ୍ଷ୍ୟ। ସେ ମାନବ ସମ୍ବଳ ବିକାଶ, ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ କାର୍ଯ୍ୟଶୈଳୀରେ ଉନ୍ନତି ଆଣିବାର ଉପରେ ଗୁରୁତ୍ୱ ଦେଇଥିଲେ।

ଡିଜିପି ଖୁରାନିଆ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କଲେ ଯେ ରାଜ୍ୟ ସରକାର ଓଡିଶା ପୋଲିସକୁ ଦେଶର ଶ୍ରେଷ୍ଠ ପୋଲିସ ବଳମାନଙ୍କ ମଧ୍ୟରେ ଗଣନୀୟ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଓ ସାହାଯ୍ୟ ଯୋଗାଇ ଦେଉଛି। ସେ ଆହୁରି କହିଲେ ଯେ ଲୋକମାନଙ୍କୁ ଫଳପ୍ରଦ ପୋଲିସ ସେବା ଯୋଗାଇବା ପାଇଁ ଦକ୍ଷତା, ପ୍ରସ୍ତୁତି ଓ ସମନ୍ୱୟ ଅତ୍ୟନ୍ତ ଆବଶ୍ୟକ।

ଓଡିଶାରେ ସୁଦୀର୍ଘ ସମୁଦ୍ରତଟ ଥିବାରୁ ଉପକୂଳ ସୁରକ୍ଷାରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଡିଜିପି କହିଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାର ଉପକୂଳ ସୁରକ୍ଷା ପାଇଁ ୧୪୯.୯୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି ଓ ୧୦ଟି ଆଧୁନିକ ଡ୍ରୋନ୍‌, ୩ଟି ଟ୍ରଲର୍ ଓ ୧୪୦ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଶୀଘ୍ର ରିୟଲ୍-ଟାଇମ୍ ସର୍ଭେଲାନ୍ସ ପାଇଁ ଏକ ଆଧୁନିକ କମାଣ୍ଡ ଓ କଣ୍ଟ୍ରୋଲ୍ ସେଣ୍ଟର ସ୍ଥାପନ କରାଯିବ।

ଡିଜିପି ଆହୁରି କହିଥିଲେ ଯେ ୩୨ଟି ମାଛ ଧରା ବନ୍ଦର ଓ ଫିଶିଂ ହାର୍ବରକୁ CCTV ସିଷ୍ଟମ୍‌ରେ ଆବୃତ କରିବା ପାଇଁ କାମ ଚାଲିଛି ଓ ନୂଆ ନୌକା କିଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ରେଳବାଇ ପୁଲିସ ଆଧୁନିକୀକରଣ ପାଇଁ ମଧ୍ୟ ବିଶେଷ ପଦକ୍ଷେପ ଗ୍ରହଣ ହେଉଛି। ନୂତନ ରେଳବାଇ ପୁଲିସ ଜିଲ୍ଲା ଓ ନୂଆ GRPS ସୃଷ୍ଟି ପ୍ରକ୍ରିୟା ଚାଲିଛି ଏବଂ ସମସ୍ତ ୧୫ଟି GRPSରେ CCTV ମନିଟରିଂ ସେଣ୍ଟର ପାଇଁ ଅର୍ଥ ଅନୁମୋଦନ ହୋଇଛି।

ଏହି କର୍ମଶାଳାରେ ଅବସରପ୍ରାପ୍ତ ଡିଜିପି (ଗୁଜୁରାଟ) ଡା. କେଶବ କୁମାର, IPS “ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନ ଓ କୌଶଳ” ବିଷୟରେ ଉପସ୍ଥାପନା କରିଥିଲେ। ଏହା ସହ ଭାରତୀୟ କୋଷ୍ଟ ଗାର୍ଡ କମାଣ୍ଡାଣ୍ଟ ଶ୍ରୀ ରବୀନ୍ଦ୍ର କୁମାର ସାମୁଦ୍ରିକ ସୁରକ୍ଷା ଆଇନ୍ ଓ ଅନ୍ତର୍ଜାତୀୟ ମାରିଟାଇମ୍ ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, IPS ସ୍ୱାଗତ ଭାଷଣ ଦେଇ ବୃତ୍ତିଗତ ଦକ୍ଷତା ଓ ସୁରକ୍ଷା ସମନ୍ୱୟ ବିଷୟରେ ମତବ୍ୟକ୍ତ କରିଥିଲେ।

ଶ୍ରୀ ଅଲୋକ ବୋହରା, IGP, RPF ବିଭିନ୍ନ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ AIG (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ସତ୍ୟଜିତ ମିଶ୍ର ଧନ୍ୟବାଦ ଜଣାଇଥିଲେ। ଏହି କର୍ମଶାଳାରେ ରେଳବାଇ ଓ ସାମୁଦ୍ରିକ ଥାନା ଅଧିକାରୀମାନେ ଯୋଗଦେଇଥିଲେ। (PNS)

Related Articles

Leave a Reply

Your email address will not be published. Required fields are marked *

Back to top button